
ପଟନା -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ଗ୍ରସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି।ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଦୁଇଦିନିଆ ବିହାର ଗ୍ରସ୍ତରେ ଆସିବେ।ପିଏମ ମୋଦୀ ଆଗାମୀ 29 ମଇରେ ପାଟନା ପହଁଞ୍ଚିବେ।29ରେ ସେ ପାଟନାରେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନୁତନ ଟର୍ମିନାଲ ଭବନର ଉଦଘାଟନ କରିବାବେଳେ 30ମଇରେ ବିକ୍ରମଗଞ୍ଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।ପୁର୍ବରୁ ତାଙ୍କ କାର୍ଯ୍ୟକ୍ରମ ଗୋଟିଏ ଦିନ ପାଇଁ ସ୍ଥିର କରାଯାଇଥିଲା ,କିନ୍ତୁ ଏବେ ଏହାକୁ ଦୁଇଦିନକୁ ବୃଦ୍ଧି କରାଯାଇଛି।ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ଦିଲୀପ ଜାୟସୱାଲ ଶନିବାର କହିଛନ୍ତି ଯେ ପୁର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦିନିଆ ବିହାର ଆସିବାର ଥିଲା,କିନ୍ତୁ ଏବେ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି।ପିଏମ ମୋଦୀ ଏବେ ଦୁଇ ଦିନିଆ ଗ୍ରସ୍ତରେ ବିହାର ଆସୁଛନ୍ତି।ପୁର୍ବରୁ କେବଳ ବିକ୍ରମଗଞ୍ଜରେ ଏକ ଦିନିଆ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା,କିନ୍ତୁ ଏବେ ପୀଏମ ମୋଦୀ ଦୁଇ ଦିନିଆ ଗ୍ରସ୍ତରେ ବିହାର ଆସୁଛନ୍ତି।