
ଗଞାମ-କିଆଫୁଲ ତୋଳାକୁ କେନ୍ଦ୍ର କରି ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡାକାତି। ଛତ୍ରପୁର ନିକଟସ୍ଥ ଚମାଖଣ୍ଡି ଥାନା ଅନ୍ତର୍ଗତ ସିନ୍ଦୂରାପଲ୍ଲୀ ଗ୍ରାମରେ ସାମାନ୍ୟ କିଆଫୁଲ ତୋଳାକୁ କେନ୍ଦ୍ର କରି ଆଜି ସକାଳେ ଗ୍ରାମର ଲୋକମାନଙ୍କ ମଧ୍ୟରେ ବଚସା ଗଣ୍ଡଗୋଳ ଘଟି ପ୍ରାୟ ଅଧଘଣ୍ଟା ଧରି ମାରଣାସ୍ତ୍ର କାତି ଖଣ୍ଡା ଗାଁ ରେ ବୁଲି ଥିଲା। ଏଥିରେ ପ୍ରାୟ ତିନି ଜଣ ଗୁରୁତର ଆହାତ ହେଵାସହ ୨୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁ ରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।