
ନୁଆଦିଲ୍ଲୀ -ଉପରାଷ୍ଟ୍ରପତି ଜଗଦୀପ ଧନଖଣ୍ଡ ଶନିବାର ଦିନ ନୁଆଦିଲ୍ଲୀର ଭାରତ ମଣ୍ଡପମରେ ଜୟପୁରିୟା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ବାର୍ଷିକ ସୀମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇଛନ୍ତି।ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ ଏବଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।ଧନଖଣ୍ଡ କହିଛନ୍ତି ଯେ ଭାରତ ବିଶ୍ୱର ସର୍ବୋତ୍ତମ ନିବେଶ ଦେଶ ଏବଂ ଯୁବପୀଢୀଙ୍କୁ ଜାତୀୟତା ପ୍ରତି ସମର୍ପଣର ଭାବନା ବିକଶିତ କରିବା ଉଚିତ।ପ୍ରତ୍ୟେକ ନିଷ୍ପତ୍ତିରେ ରାଷ୍ଟ୍ର ପ୍ରଥମ ବୋଲି ଭାବନା ରହିବା ଉଚିତ ଏବଂ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବା ଉଚିତ।ଉପରାଷ୍ଟ୍ରପତି ଅର୍ଥନୈତିକ ଜାତୀୟତାବାଦ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଆମର ସେହି ଦେଶଗୁଡିକ ଉପରେ ନିର୍ଭରଶୀଳତାହ୍ରାସ କରିବା ଉଚିତ ଯାହା ଆମ ସ୍ୱାର୍ଥ ପ୍ରତି ବିରୋଧୀ।ଆମକୁ ଆମର ଅର୍ଥବ୍ୟବସ୍ଥା ସୁଦୃଢ କରିବାକୁ ପଡିବ ଏବଂ ରାଷ୍ଟ୍ରର ସୁରକ୍ଷାରେ ଯୋଗଦାନ ଦେବାକୁ ପଡିବ।