
ରାୟପୁର -ଛତିଶଗଢର ବସ୍ତର ଡିଭିଜନର ସୁକମା ,ତୋଙ୍ଗପାଲ,ଜଗଦଲପୁର ଏବଂ ଦନ୍ତେୱାଡାରେ 13 ଏବଂ ରାୟପୁରରେ 2ଟି ସ୍ଥାନ ସମେତ ମୋଟ 15ଟି ସ୍ଥାନରେ ଆଜି ସକାଳେ ଏସୀବୀ-ଇଓଡବ୍ଲୁର ଚଢାଉ ଜାରି ରହିଛି।ମଦ ଦୁର୍ନୀତି ମାମଲାରେ ଥଜେଲରେ କେନ୍ଦ୍ର ପୁର୍ବ ଅବକାରୀ ମନ୍ତ୍ରୀ କୱାସୀ ଲଖମା ଏବଂ ତାଙ୍କ ନିକଟତର ସହଯୋଗୀଙ୍କ ଆଡ୍ଡା ଉପରେ ଏସୀବୀ-ଇଓଡବ୍ଲୁ ଚଢାଉ କରିଛି।
ସରକାରୀ ସୁତ୍ର ଅନୁଯାୟୀ ପୁର୍ବତନ ମନ୍ତ୍ରୀ କୱାସୀ ଲଖମାଙ୍କ ଡ୍ରାଇଭର ବଶୀର ଏବଂ ତାଙ୍କ ନିକଟତମ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିଲା।ଦନ୍ତେୱାଡାରେ ରାଜକୁମାର ତାମୋଙ୍କ ଘର ଉପରେ ମଧ୍ୟ ଚଢାଉ କରାଯାଇଥିଲା।ସୁକମା ହାର୍ଡୱେୟାର ବ୍ୟବସାୟୀ ଅନୀଶ ବୋଥରା ,ରାଜେଶ ନାରା,ବଶୀର ଅହମ୍ମଦ,ଶେଖ ବଶୀର,ତୋଙ୍ଗପାଲ ଜୟଦୀପ ଭଦୌରିୟାଙ୍କ ଘରେ ଦୋକାନରେ ଏସୀବୀର ଟିମ ଚଢାଉ କରିଥିଲା।ରାଜକୁମାର ତାମୋ ପୁର୍ବତନ ମନ୍ତ୍ରୀ କୱାସୀ ଲଖମାଙ୍କ ନିକଟତର।ରାୟପୁର ଏବଂ ଜଗଦଲପୁରରେ ମଧ୍ୟ ତାଙ୍କ ଘନିଷ୍ଠ ବ୍ୟବସାୟୀଙ୍କ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି।