
ପାଟନା– ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ପାଟନା ଜଙ୍କସନ ନିକଟରେ ସବ୍-ୱେ ର ଶୁଭାରମ୍ଭ ଏବଂ ସ୍ମାର୍ଟ ସିଟି ଅନୁଯାୟୀ ପାଟନାର ଜିପିଓ ଗୋଲଂବର ନିକଟରେ ତିଆରି ହୋଇଥିବା ମଲ୍ଟି ମଡେଲ ହବ୍ ର ଉଦଘାଟନ କରିଛନ୍ତି । ପାଟନା ଜଙ୍କସନ ସମ୍ମୁଖରେ ଏକ ୪୪୦ ମିଟର ଲମ୍ବା ଅଣ୍ଡରଗ୍ରାଉଣ୍ଡ ସବ୍-ୱେ ଏବଂ ଏହା ଉପରେ ତିନି ମହଲା ମଲ୍ଟି ଲେବଲ ପାର୍କିଂ ନିର୍ମାଣ କରାଯାଇଛି । ଏଥିରେ ରେଷ୍ଟୁରାଂଟ, ଏଟିଏମ ଠାରୁ ଆରମ୍ଭ କରି ଦୋକାନ ପର୍ଯ୍ୟନ୍ତ ରହିଛି ।
ଜିପିଓ ଗୋଲଂବର ଠାରୁ ପାଟନା ଜଙ୍କସନ୍ ଗୋଲଂବର ଭାୟା ନ୍ୟୁ ମାର୍କେଟ ଏରିଆରେ ପିକ୍ ଆୱାରରେ ଯାନବାହନ ଜାମ୍ ହୋଇଥାଏ । ପାଟନା ଜଙ୍କସନରେ ଯାନବାହନ ପାର୍କିଂ ର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ ଅଦ୍ୟାବଧି ନଥିଲା । ଏବେ ଜିପିଓ ଗୋଲଂବର ନିକଟରେ ହିଁ ବସଷ୍ଟାଣ୍ଡ ଓ ଅଟୋ ଷ୍ଟାଣ୍ଡ ମଧ୍ୟ ରହିଛି । ଏହାଦ୍ୱାରା ଷ୍ଟେସନକୁ ଯିବା ଆସିବା କରିବାରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାର ଉଦଘାଟନ ପରେ ଏବେ ଜଙ୍କସନ ନିକଟରେ ଖୋଲୁଥିବା ବସ୍ କୁ ଏଠାରେ ହିଁ ପାର୍କିଂ କରାଯିବ । ଅଟୋ ଗୁଡିକୁ ମଧ୍ୟ ଏଠାରେ ଛିଡା କରାଯିବାର ବ୍ୟବସ୍ଥା ହେବ । ସାଧାରଣ ଲୋକଙ୍କ ନିମନ୍ତେ ଏହା ରବିବାର ଅର୍ଥାତ୍ ମଇ ୧୮ ତାରିଖରୁ ଆରମ୍ଭ ହେବ ।