
ଭୁବନେଶ୍ୱର- ଭାରତୀୟ ଯୁବ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଜ୍ୟ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମଲ୍ଲିକାର୍ଜ୍ଜୁନ ଖର୍ଗେଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ ଆଇନଜୀବି ଶ୍ରୀ ମଲ୍ଲିକଙ୍କୁ ଉକ୍ତ ନିଯୁକ୍ତି ଦେଇଛନ୍ତି।
ଆଇନଜୀବୀ ଶ୍ରୀ ମଲ୍ଲିକ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏଥି ପୂର୍ବରୁ ସେ ରାଜ୍ୟ କଂଗ୍ରେସର ଉପସଭାପତି, ଅଖିଳ ଭାରତୀୟ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନର ରାଷ୍ଟ୍ରୀୟ ଆବାହାକ, ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ, ଯୁବ କଂଗ୍ରେସର ରାଜ୍ୟ ଉପସଭାପତି, ଆମ ଆଦ୍ମୀ କା ସିପାହୀର ରାଜ୍ୟ ସଂଯୋଜକ, କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ସୁଚାରୁ ରୂପେ କାର୍ଯ୍ୟ କରିଛନ୍ତି। ରାଜ୍ୟ ଯୁବ କଂଗ୍ରେସର ଏକମାତ୍ର କର୍ମକର୍ତ୍ତା ଭାବେ ଶ୍ରୀ ମଲ୍ଲିକ ଦେଶର ୧୨ ଟି ବାହାର ରାଜ୍ୟ ଯଥା ପଞ୍ଜାବ, ଗୁଜୁରାଟ, ରାଜସ୍ଥାନ, ଝାଡଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ବିହାର, କାଶ୍ମୀର ଏବଂ ଆସାମରେ କଂଗ୍ରେସ ଦଳର ବିଭିନ୍ନ ଦାୟିତ୍ୱ ସମ୍ପାଦନ କରିଛନ୍ତି। ତାଙ୍କ ନୂତନ ନିଯୁକ୍ତିରେ
ଆଇନଜୀବୀ ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ବିରୋଧଦଳ ନେତା ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ଏଆଇସିସି ସଂଯୋଜକ ତଥା ଝାଡଖଣ୍ଡ ପ୍ରଭାରୀ କେ. ରାଜୁ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲ୍ଲୁ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।