
ଭୁବନେଶ୍ୱର– ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ରାଜ୍ୟରେ ତାଳ ଗଛ ଲଗାଯିବ। ଏନେଇ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ୨୦ ଲକ୍ଷ ଗଛ ଲଗାଯାଇ ଟାର୍ଗେଟ୍ କୁ ପୂରଣ କରାଯାଇଛି । ଚଳିତ ବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବାକୁ ନିଷ୍ପତି ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ଏହି ସୂଚନା ଦେଇଛନ୍ତି।