
ନୁଆଦିଲ୍ଲୀ /ମୁମ୍ବାଇ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ଖୁବଶୀଘ୍ର ମହାତ୍ମାଗାନ୍ଧୀ (ନୁତନ)ସିରିଜରେ 20ଟଙ୍କା ମୁଲ୍ୟବର୍ଗର ନୁତନ ବ୍ୟାଙ୍କ ନୋଟ ଜାରି କରିବ।ଏହି ନୋଟଗୁଡିକରେ ରାଜ୍ୟପାଳ ସଂଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ଆରବିଆଇ ଶନିବାର ଜାରି ଏକ ବିବୃତ୍ତିରେ କହିଛି ଯେ ମହାତ୍ମାଗାନ୍ଧୀ (ନୁତନ) ଶୃଙ୍ଖଳାରେ 20ଟଙ୍କା ମୁଲ୍ୟବର୍ଗର ବ୍ୟାଙ୍କ ନୋଟ ଜାରି କରାଯିବ,ଯେଉଁଥିରେ ଗଭର୍ଣ୍ଣର ସଂଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ବିବୃତ୍ତି ଅନୁଯାୟୀ ଏହି ନୋଟ ଗୁଡିକର ଡିଜାଇନ ମହାତ୍ମାଗାନ୍ଧୀ (ନୁତନ)ଶୃଙ୍ଖଳାର 20ଟଙ୍କା ମୁଲ୍ୟର ନୋଟ ସହିତ ସବୁ ଦୃଷ୍ଟିରୁ ସମାନ।କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅତୀତରେ ଜାରି କରାଯାଇଥିବା 20ଟଙ୍କା ମୁଲ୍ୟର ସମସ୍ତ ବ୍ୟାଙ୍କ ନୋଟ ବୈଧ ମୁଦ୍ରା ଭାବରେ ଜାରି ରହିବ। ନୁତନ 20ଟଙ୍କା ନୋଟର ଡିଜାଇନ ମହାତ୍ମାଗାନ୍ଧୀ (ନୁତନ)ସିରିଜର 20ଟଙ୍କା ନୋଟ ପରି ସମାନ ରହିବ।ଆରବିଆଇ ଅନୁଯାୟୀ ଜିଡାଇନ,ରଙ୍ଗ କିମ୍ବା ସୁରକ୍ଷା ବୈଶିଷ୍ଟ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ।