
ସମ୍ବଲପୁର, ସମ୍ୱଲପୁର କ୍ଷେତରାଜପୁର ଥାନା ପୋଲିସ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ମୁଖ୍ୟକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଏକ ପିସ୍ତଲ, ୧୨ଟି ଜୀବନ୍ତ ଗୁଳି, ଚୋରି ବାଇକ ଆଦି ଜବତ ହୋଇଛି । ଅଭିଯୁକ୍ତ ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୨ଟି ଓ ବାହାର ରାଜ୍ୟରେ ୨୮ଟି ମାମଲା ଥିବା ପୋଲିସ କହିଛି। ସୂଚନାଯୋଗ୍ୟ, କ୍ଷେତରାଜପୁର ଥାନା ଅନ୍ତର୍ଗତ ପୋଦାର କଲୋନୀର ପ୍ରତିଷ୍ଠିତ ବ୍ୟବସାୟୀ କୈଳାଶ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ଗତ ୨୦ ତାରିଖରେ ଏକ ବଡ଼ ଧରଣର ଡକାୟତି ହୋଇଥିଲା। ଏନେଇ ପୋଲିସ ତଦନ୍ତ ବେଳେ ୫୦ ବର୍ଷିୟ ବୃଦ୍ଧ ମହମ୍ମଦ ଆଖଲାଖ (୫୦)କୁ ଗିରଫ କରିଛି । ଏହି ଘଟଣାରେ ଆଉ ଜଣଙ୍କ ସଂପୃକ୍ତି ଥିଲା ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ଏହି ଗ୍ୟାଙ୍ଗର ସଦସ୍ୟ ସୁନାପାଲି ଅଞ୍ଚଳରେ ଭଡାରେ ରହୁଥିଲା । ଏକୁଟିଆ ଘର , ସିସିଟିଭି ଲାଗି ନଥିବା ଘରକୁ ସେମାନେ ଟାର୍ଗେଟ କରୁଥିଲେ । ଘରର ତାଲା ଭାଙ୍ଗି ପ୍ରବେଶ କରିବା ସହ ଆଲମାରୀ ଆଦି କଟରରେ କାଟି ଟଙ୍କାସୁନା ଲୁଟି ନେଇଥିଲେ । ତେବେ ଗ୍ୟାଙ୍ଗର ମୁଖ୍ୟ ପ୍ଲାନ ଯୋଗେ ଯାତାୟତ କରୁଥିବା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି। ତେବେ ଫେରାର ଅନ୍ୟ ୨ ଅଭିଯୁକ୍ତକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଅଖଲାଖ ନାମରେ ଦିଲ୍ଲୀ ପ୍ରଭୂତି ରାଜ୍ୟରେ ୨୮ ଓ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କେବଳ ଚଳିତ ବର୍ଷ ୧୧ ଟି ଅପରାଧ ମାମଲା ରୁଜୁ ହୋଇଛି। ସେ ଉତ୍ତର ପୂର୍ବ ଦିଲ୍ଲୀ ଦୟାଲପୁର ଥାନାନ୍ତର୍ଗତ ଚାନ୍ଦବାଗ ବାସିନ୍ଦା ଓ ଅନୁସଂଧାନ କ୍ରମେ ଏମାନେ ଝାରସୁଗୁଡା ସଦର ଥାନା ଅଞ୍ଚଳରୁ ଚୋରୀ କରିଥିବା ଏକ ଆପାଚେ ବାଇକ ମଧ୍ୟ ଜବତ କରାଯାଇଛି।