
ଖୋର୍ଦ୍ଧା– ବାଇକକୁ ଧକ୍କା ଦେଲା ଆମ’ ବସ୍। ଏଥିରେ ବାପା-ମା’ ଆହତ ହୋଇଥିବା ବେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଟାଉନ ଥାନା ପୁବୁସାହି ନିକଟ ରାସ୍ତାରେ ଦୁର୍ଘଟଣା ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଅମୂଲ୍ୟ ବାରିକ। ଆହତ ବାପ ଓ ମା’ଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ମୃତ ଶିଶୁକୁ ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲକୁ ପଠାଇଥିଲେ। ସୁଚନା ମୁତାବକ ବରସାହି ଗ୍ରାମର ଅଶୋକ ବାରିକ ତିନି ବର୍ଷର ପୁଅ ଏବଂ ସ୍ତ୍ରୀକୁ ନେଇ ନିଜ ଗ୍ରାମକୁ ବାଇକ ଯୋଗେ ଯାଉଥିଲେ। ପୁବୁସାହି ନିକଟରେ ବାଇକକୁ ମୋ ବସ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୩ ବର୍ଷର ପୁଅ ଅମୂଲ୍ୟର ମୃତ୍ୟୁ ହୋଇଥିବାବେଳେ ଅଶୋକ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଶୋକ ଏବଂ ତାଙ୍କ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି ।