
ଭୁବନେଶ୍ୱର– ଏସଇବିସି ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧ। ଓଡ଼ିଶାରେ ପୂର୍ବରୁ ସାମାଜିକ ନ୍ୟାୟକୁ ଅଣଦେଖା କରାଯାଇଛି। ୯୦ ମସିହାରୁ ମଣ୍ଡଳ କମିଶନ ଲାଗୁ ହେବା ପରେ ବି ୩୫ ବର୍ଷ ହୋଇଗଲା। ବିଜେଡି ଏବଂ କଂଗ୍ରେସ ଶାସନରେ ଥିଲେ। କମିଶନର ପରାମର୍ଶ ଥିଲା ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସ୍ବରୂପ ପାଠପଢା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା। ଓଡ଼ିଶାରେ ହିଁ କେବଳ ଗ୍ରହଣ କରାଯାଇନଥିଲା। ଛଦ୍ମ ସର୍ଭେର ବାହାନା କରାଯାଇଥିଲା। ଡବଲ ଇଞ୍ଜିନ ସରକାରରେ ଏହା ଲାଗୁ କରାଗଲା। ଯେଉଁଥିପାଇଁ ନରେନ୍ଦ୍ର ମୋଦୀ ସରକାର ଏବଂ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି। ଏସଇବିସିତାଲିକାରୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଥିବାରୁ ଧନ୍ୟବାଦ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସେ କହିଛନ୍ତିଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ପତ୍ର ଲେଖିଥିଲେ, ଯେ ଉଚ୍ଚ ଶିକ୍ଷା , ବୈଷୟିକ ଶିକ୍ଷା ଏବଂ ମେଡ଼ିକାଲ ଶିକ୍ଷାରେ ସଂରକ୍ଷଣ ଦେବାକୁ। ଆଗକୁ ବୈଷୟିକ ଶିକ୍ଷା ଏବଂ ଡ଼ାକ୍ତରୀ ଶିକ୍ଷାରେ ମଧ୍ୟ ଏହାକୁ ଲାଗୁ କରାଯିବ। ଦେଶରେ ଚାକିରି କ୍ଷେତ୍ରରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହା ମଧ୍ୟ ଲାଗୁ କରାଯିବାକୁ ମୋତେ ଆଶ୍ବସ୍ତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।