
ଧର୍ମଶାଳା- ଯାଜପୁର ଜିଲା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ବଡଘୁମୁରୀ ପଂଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନୀ ଉତ୍ସବ ଅବସରରେ ଜିରାପୁର ଉ.ପ୍ରା. ବିଦ୍ୟାଳୟର ନୂତନ ଫାଟକ ଓ ପାଚେରୀ ଏବଂ ବିଦ୍ୟାଳୟ ପରିସରରେ ନିର୍ମିତ ନୂତନ ଅଙ୍ଗନବାଡି ଗୃହକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅଙ୍ଗନବାଡିର ଛୋଟ ଛୋଟ ପିଲା ଓ ବିଦ୍ୟାଳୟର ପିଲାଙ୍କ ସହ ବିଧାୟକ ଶ୍ରୀ ଶତପଥୀ ଆଳାପ କରିବା ସହ ବିଦ୍ୟାଳୟ ପିଲାଙ୍କ ପାଇଁ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଇଥିଲେ ।