
ଭୁବନେଶ୍ୱର– ଆତଙ୍କବାଦ ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଗ୍ରବାଦୀଙ୍କୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପାକିସ୍ତାନ ଭିତରେ ତାଙ୍କ ଆଡ୍ଡାକୁ ନଷ୍ଟ କରାଯାଇଛି। ସୈନ୍ୟ ଶକ୍ତିର ପରାକ୍ରମ ପୁରା ବିଶ୍ବ ଦେଖିଛି। ମନୋବଳ ଦୃଢ଼ କରିବାକୁ ସଭିଙ୍କୁ ଆହ୍ବାନ କରାଯାଇଛି। ସେନାକୁ ସମର୍ଥନ କରିବାକୁ ପରାକ୍ରମ ଶୋଭାଯାତ୍ରା ଆୟୋଜିତ କରାଯାଉଛି। ଅପରେସନ ସିନ୍ଦୂର ପରେ ସଭିଙ୍କ ମନ ଖୁସି ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।