
ଗଂଜାମ– ଶେରଗଡ଼ ବ୍ଳକର ପିତଳ ଵଜାର ଛକରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଜଣେ ବୃଦ୍ଧ ଜଟି ଦାଶ(୭୫) ଅସହାୟ ଅବସ୍ଥାରେ ଅଖିଆଅପିଆ ଏକ ସପ୍ତାହ ହେଲା ପଡ଼ିରହିଛନ୍ତି। ଏହି ଘଟଣା ଜାଣିବା ପରେ ପିତଳ ଧର୍ମାନନ୍ଦ ମହିଳା ସମିତି ଉପଦେଷ୍ଟା ଡାକ୍ତର ହୃଷୀକେଶ ମହାନ୍ତି, ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ମାନସ ରଞ୍ଜନ ଵିଶୋଇ ଓ ତାଙ୍କ ସହକର୍ମୀଙ୍କୁ ଧରି ଅସହାୟ ବୃଦ୍ଧଙ୍କ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ । ଏହାପରେ ଡାକ୍ତର ହୃଷୀକେଶ ମହାନ୍ତି ଶେରଗଡ ତହସିଲଦାର ତ୍ରିଦେବ ରଥଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ସେ ଅସହାୟ ଵ୍ଯକ୍ତିଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିବାକୁ ଶେରଗଡ଼ ଏଵିଡିଓଙ୍କୁ ଅବଗତ କରାଇଥିବା ଜଣାପଡିଛି।