ଧର୍ମଶାଳା- ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠର ୧୯୭୧ରୁ ୧୯୭୫ ମସିହା ବ୍ୟାଚର ପୁରାତନ ବନ୍ଧୁମାନଙ୍କୁ ନେଇ ମିଳନ ଉତ୍ସବ ବିଦ୍ୟାଳୟ ପରିସର ଖେଳ ପଡିଆରେ ଏକ ମନୋଜ୍ଞ ପରିବେଶରେ ମହାସମାରୋହରେ ପାଲନ ହୋଇଯାଇଛି । ୭୦ ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ବିନାୟକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ବିଜ୍ଞାନ ଶିକ୍ଷକ ରମେଶ ଚନ୍ଦ୍ର ସାମଲ ମୁଖ୍ୟବକ୍ତା, ଭାଗ୍ୟଧର ମହାନ୍ତି, ସଚ୍ଚିଦାନନ୍ଦ ଜେନା, ଉମାକାନ୍ତ ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବନ୍ଧୁତା ମଣିଷକୁ ବଂଚିବା ଓ ବଢିବା ନିମନ୍ତେ ପ୍ରେରଣା ଯୋଗାଇଥାଏ । ପ୍ରଥମତଃ ଦିବଂଗତ ଗୁରଜୀ ଓ ସହପାଠୀମାନଙ୍କ ସଦଗତି କାମନା ପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା ।
ପ୍ରାକ୍ତନ ଛାତ୍ର ରତିକାନ୍ତ ସାମନ୍ତରାୟ, ମହେଶ୍ୱର ବିଶ୍ୱାଳ ଓ ଅଭିମନ୍ୟୁ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମସ୍ତ ଗୁରୁଜୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବର୍ତମାନର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧାଂଶୁ ରାଉତ, ଗୁରୁଦତ ଲଲାଟେନ୍ଦୁ ସାମଲ, ରଣଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ତ୍ରିଲୋଚନ ପରିଡା, ରାଜଶ୍ରୀ ନାୟକ, ସତ୍ୟରଞ୍ଜନ ନାୟକ, ରତିକାନ୍ତ ଲେଙ୍କା, ଶରତ ରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଞ୍ଜୁବାଳା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।