
ନୁଆଦିଲ୍ଲୀ -ପ୍ରତିରକ୍ଷା ମନ୍ତ୍ରାଳୟର ପୁର୍ବତନ ସଚିବ ଡା.ଅଜୟ କୁମାର ଗୁରୁବାର ଦିନ ସଙ୍ଘ ସେବା ଆୟୋଗ(ୟୁପିଏସସୀ)ର ଅଧ୍ୟକ୍ଷ ଭାବରେ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି।ଆୟୋଗର ସବୁଠାରୁ ବରିଷ୍ଠ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଜ ଶୁକ୍ଳା (ଅବସରପ୍ରାପ୍ତ)ତାଙ୍କୁ ଶପଥ ପାଠ କରାଇଥିଲେ।କେରଳ କ୍ୟାଡରର 1985 ମଧ୍ୟରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅଜୟ କୁମାର ପୁର୍ବତନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ଏବଂ 1983 ବ୍ୟାଚର ଆଇଏଏସ ଅଧିକାରୀ ପ୍ରୀତି ସୁଦନ ଙ୍କ ସ୍ଥାନ ନେଇଛନ୍ତି।ୟୁପୀଏସସୀର ଅଧ୍ୟକ୍ଷ ପଦ 29 ଅପ୍ରେଲରେ ପ୍ରିତି ସୁଦନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ପଦବୀ ଖାଲି ପଡିଥିଲା।