
ଭୁବନେଶ୍ୱର– ଖୋର୍ଦ୍ଧା ଟାଉନ ଠାରେ ଗୁରୁବାର ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗାଦ୍ଦେବ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଂଚଲ ରାଣାଙ୍କ ସମେତ ଶତାଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନେତୃତ୍ୱ ପାଇଁ ଏବଂ ଦେଶ ପାଇଁ ଲଢେଇ କରିଥିବା ସୈନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି।