
ସୁବର୍ଣ୍ଣପୁର– ଚଳିତ ବର୍ଷ ୨୦୨୪/୨୦୨୫ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୁକ୍ତ ଦୁଇ ସିବିଏସଇ ବିଜ୍ଞାନ ବିଭାଗ ପରୀକ୍ଷାରେ ୯୨.୬ ପ୍ରତିଶତ ମାର୍କ ରଖି ପ୍ରଦ୍ୟୁମ୍ନ ଦାଶ ହେଲେ ତରଭା ବ୍ଲକ ଟପ୍ପର l ଶ୍ରୀମାନ ଦାଶ ତରଭା ଶ୍ରିହରି ବିଦ୍ୟାଳୟ ଠାରେ ଏଲ କେ ଜି ରୁ କ୍ଲାସ ଫିପ୍ଥ ଯାଏ ଓ କ୍ଲାସ ସିକ୍ସଥ ରୁ ଦଶମ ଶ୍ରେଣୀ ଯାଏ ସବୁବେଳେ ବ୍ଳକ୍ ଲେବେଲ ରେ ଟପ୍ପର ହୋଇ ଆସିଥିବା ଖବର ମିଳିଛି l ତରଭା ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସନ୍ତୋଷିନି ମାହାଣା ଓ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଦାଶ ଙ୍କ ସୁ ପୁତ୍ର ଅଟନ୍ତି l ଶ୍ରୀମାନ ଦାଶ ଆଗକୁ ” ଆଇଜର ” ଗବେଷଣା କ୍ଷେତ୍ର ରେ ଶିକ୍ଷାଲାଭ କରିବା ଲକ୍ଷ୍ୟ ରଖିଥିବା ବିଷୟ ଆମ ପ୍ରତିନିଧି ଙ୍କୁ ପ୍ରକାଶ କରିଥିବା ବେଳେ ଏ ସଫଳତା ଖବର ପରେ ତାଙ୍କୁ ସାରା ଜିଲ୍ଲା ରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ଜଣା ଯାଇଛି l ଏ ଖବର ପ୍ରସାରଣ ଯାଏ ଶ୍ରୀମାନ ଦାଶ ବ୍ଲକ ଟପ୍ପର ନା ଜିଲ୍ଲା ଟପ୍ପର ସ୍ପଷ୍ଟ ହୋଇ ନ ଥିବା ପ୍ରକାଶ l