
ଲକ୍ଷ୍ନୌ -ଅପରେସନ ସିନ୍ଦୁରର ସଫଳତାକୁ ପାଳନ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟୀ (ଭାଜପା)ତିରଙ୍ଗା ଯାତ୍ରା ଆୟୋଜନ କରୁଛି।ଏହି ପରିପ୍ରେକ୍ଷୀରେ ବୁଧବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭାଜପା ପକ୍ଷରୁ ଆୟୋଜିତ ଭାରତ ଶୋର୍ଯ୍ୟ ତ୍ରିରଙ୍ଗା ଯାତ୍ରାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭାରମ୍ଭ କରିଛନ୍ତି।ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଅପରେସନ ସିନ୍ଦୁରର ସଫଳତା ପାଇଁ ଦେଶର ତିନି ସେନାର ସାହସୀ ସୈନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ସେ କହିଥିଲେ ଯେ ଏହି ଅପରେସନ ମାଧ୍ୟମରେ ଆମର ସାହସୀ ସୈନିକମାନେ ବିଶ୍ୱକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଆମେ କାହାକୁ ଉସକାଇବୁ ନାହିଁ,କିନ୍ତୁ ଯଦି କେହି ଆମକୁ ଉସକାଏ ତେବେ ଆମେ ତାଙ୍କୁ ଛାଡିବୁ ନାହିଁ।ସେ କହିଥିଲେ ଯେ ଯିଏ ଭାରତ ଆଡକୁ ଆଙ୍ଗୁଠି ଉଠାଇବ,ତାଙ୍କ ଶବଦାହରେ କାନ୍ଦିବାକୁ କେହି ରହିବେ ନାହିଁ।