
ବଲାଙ୍ଗିର,ବେଲପଡ଼ା ବ୍ଲକ ଅଧୀନ ବିଛୁ ବାହାଲି ଗାଁର ଗୌନ୍ତିଆପଡ଼ାରେ ହୋଇଥିବା ଚନ୍ଦନ ଯାତ୍ରା ମହୋତ୍ସବ ଆଜି ପୂର୍ଣ୍ଣାହୁତି ହୋଇଛି ଗୌନ୍ତିଆପଡ଼ା ରେ ୯ ତାରିଖରୁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ ତିନି ଦିନ ଧରି ରାତ୍ରୀରେ କିଚକ ବଧ ଓ ଶ୍ରୀରାମ ରାଘବ ନାଟ୍ୟ କଲା ପରିଷଦ, ବାବୁ ଉଲବା ଗ୍ରାମର ବ୍ଲକ ସଇଁତଲା ଶେଷ ରଜନୀ ରେ ହୋଇଥିଲା Iଏହି ଉତ୍ସବରେ ଚନ୍ଦନ ଯାତ୍ରା ଦେଖିବାକୁ ଅନେକ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥଲେ I ଗୌନ୍ତିଆପଡ଼ାବାସୀ ପକ୍ଷରୁ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ, ଥଣ୍ଡା ପାଣି, ବେଲ ପଣା ବ୍ୟବସ୍ଥା କରାଯାଇଥିଲା Iଏଥିରେ କର୍ତ୍ତା ଭାବେ ଗାଁର ଗୌନ୍ତିଆ ଅଇବଲ ମାଝୀ ଓ ତାଙ୍କର ଧର୍ମପତ୍ନୀ ବିଳାସ ମାଝୀ Iପୂଜକ ଭାବେ ସଞ୍ଜୀବ ଶତପଥୀ ଓ ତାଙ୍କର ସହଯୋଗୀ ପଞ୍ଚାନନ ଥନାପତି କମିଟି ପକ୍ଷରୁ ନରହରି ମାଝୀ,ଉପେନ୍ଦ୍ର ମାଝୀ, ନାରାୟଣ ମାଝୀ, ଉଦ୍ଧବ ମାଝୀ, ରଇତାଲ ମାଝୀ, ପିତାମ୍ବର ସେଠ, ରମେଶ ମାଝୀ, ଚଞ୍ଚଳ ମାଝୀ, ସୁବଳ ଚନ୍ଦନ, ପଣ୍ଡିତ ମାଝୀ, ଦିନେଶ ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠ, ଜଗଦୀଶ ମାଝୀଙ୍କ ସହ ସମସ୍ତ କମିଟି ସଦସ୍ୟ ଓ ଗୌନ୍ତିଆପଡ଼ାବାସୀ ଉପସ୍ଥିତ ରହି ଚନ୍ଦନ ଯାତ୍ରା ମହୋତ୍ସଵର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ I