
ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରମ୍ସି ଗାର୍ଡଙ୍କ ଅଦଳ ବଦଳ (ଚେଞ୍ଜ ଅଫ୍ ଗାର୍ଡ) ସମାରୋହ ଏହି ସପ୍ତାହାନ୍ତରୁ ଗ୍ରୀଷ୍ମକାଳୀନ ସମୟାନୁଯାୟୀ ଆୟୋଜିତ ହେବ। ରାଷ୍ଟ୍ରପତି ଭବନ ବୁଧବାର ଜଣାଇଛି ଯେ, ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏହି ଚେଞ୍ଜ ଅଫ୍ ଗାର୍ଡ ସମାରୋହ ଏହି ଶନିବାର (୧୭ ମଇ) ଠାରୁ ଗ୍ରୀଷ୍ମ ସମୟାନୁଯାୟୀ ସକାଳ ୭.୩୦ ରୁ ୮.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏହି ଅନୁଷ୍ଠାନ ସକାଳ ୮ରୁ ୯ ଯାଏ ହେଉଥିଲା ।