
ଭୁବନେଶ୍ୱର– ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱଇଙ୍କୁ ଭାରତର 52ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଶୁଭକାମନା ଜଣାଇ କହିଛନ୍ତି ଯେ, ଭାରତର 52ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱଇଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଶପଥ ପାଠ କରାଯିବାକୁ ନେଇ ହାର୍ଦ୍ଦିକ ଶୁଭେଚ୍ଛା । ତାଙ୍କ କାର୍ଯ୍ୟକାଳ ନ୍ୟାୟ ଓ ସାମ୍ବିଧାନିକ ମୂଲ୍ୟର ସର୍ବୋଚ୍ଚ ମର୍ଯ୍ୟାଦା ବଜାୟ ରଖୁ, ଏହାହିଁ ମୋର ଶୁଭକାମନା ଅଟେ ।