
ଭୁବନେଶ୍ୱର– ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱଇଙ୍କୁ ଭାରତର 52ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୫୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ସମ୍ନାନନୀୟ ନ୍ୟାୟମୂର୍ତ୍ତୀ ଶ୍ରୀ ଭୂଷଣ ରାମକୃଷ୍ଣ ଗାଭାଇଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆପଣଙ୍କର ଦୂରଦୃଷ୍ଟି ଏବଂ ନ୍ୟାୟପ୍ରତି ପ୍ରତିବଦ୍ଧତା ଦେଶର ନ୍ୟାୟ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ,ସଶକ୍ତ ଓ ଜନାଭିମୁଖୀ କରିବ ବୋଲି ମୋର ଗଭୀର ଆଶା ଓ ବିଶ୍ବାସ ରହିଛି।