
ରାମବଣ -ରାମବନରେ ଚିନାବ ନଦୀ ଉପରେ ନିର୍ମିତ ବଗଲିହାର ଜଳବିଦ୍ୟୁତ ପ୍ରକଳ୍ପ ବନ୍ଧର ସମସ୍ତ ଗେଟ ଲଗାତାର ଦ୍ୱିତୀୟ ଦିନ ପାଇଁ ମଧ୍ୟ ବନ୍ଦ ରହିଛି।ଜାମ୍ମୁକାଶ୍ମୀରରେ ପ୍ରବଳ ବର୍ଷା ପରେ 8 ମଇରେ ବଗଲିହାର ଡ୍ୟାମର ଗେଟ ଖୋଲାଯାଇଥିଲା,ଯାହା ଫଳରେ ବନ୍ୟା ସମ୍ଭାବନା ସୃଷ୍ଟି ହୋଇଥିଲା।ପାକିସ୍ଥାନ ସହିତ ଯୁଦ୍ଧବିରତି ପରେ ମଧ୍ୟ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନମା ଉପରେ ନିଜର ମତ ବଜାୟ ରଖିଛନ୍ତି,ଯାହା ଏପର୍ଯ୍ୟନ୍ତ ସ୍ଥଗିତ ଅଛି। ପହଲଗ୍ରାମ ଆତଙ୍କୀ ଆକ୍ରମଣ ପରେ ଏହି ଚୁକ୍ତିନାମାକୁ ସ୍ଥଗିତ କରାଯାଇଥିଲା।ଭାରତ ଏବଂ ପାକିସ୍ଥାନ ମଧ୍ୟରେ 1960ରେ ସ୍ୱାକ୍ଷରିତ ସିନ୍ଧୁଜଳ ଚୁକ୍ତିନାମା ଅନୁଯାୟୀ ରାବି ,ସତଲୁଜ ଏବଂ ବ୍ୟାସ(ପୁର୍ବ ନଦୀ)ର ହାରାହାରି ପ୍ରାୟ 33 ମିଲିୟନ ଏକର ଫୁଟ (ଏମଏଏଫ)ଜଳ ଭାରତକୁ ସ୍ୱତନ୍ତ୍ର ବ୍ୟବହାର ପାଇଁ ଆବଣ୍ଟିତ କରାଯାଇଥିଲା।ପଶ୍ଚିମ ନଦୀ ସିନ୍ଧୁ ,ଝେଲମ ଏବଂ ଚିନାବର ହାରାହାରି ପ୍ରାୟ 135 ଏମଏଏଫର ଜଳ ପାକିସ୍ଥାନକୁ ଆବଣ୍ଟିତ କରାଯାଇଥିଲା।ଭାରତକୁ ପଶ୍ଚିମୀ ନଦୀଗୁଡିକରେ ରନ ଅଫ ଦ ରିୱର ଆରଓଆର ପ୍ରକଳ୍ପ ମାଧ୍ୟମରେ ଜଳବିଦ୍ୟୁତ ଉତ୍ପାଦନ କରିବାର ଅଧିକାର ମଧ୍ୟ ଭାରତକୁ ଦିଆଯାଇଛି,ଯାହା ଡିଜାଇନ ଏବଂ କାର୍ଯ୍ୟ ପାଇଁ ବିଶିଷ୍ଟ ମାନଦଣ୍ଡ ଅନୁଯାୟୀ ଅପ୍ରତିବନ୍ଧିତ।