
ନୂଆଦିଲ୍ଲୀ– ସିଡିଏସଙ୍କ ସହିତ ତିନି ସେନା ମୁଖ୍ୟ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଆତଙ୍କବାଦ ବିରୁଦ୍ଧରେ ଭାରତର ସଫଳ ଅପରେସନ ସିନ୍ଦୂର ସଂର୍ପକରେ ସୂଚନା ଦେଇଛନ୍ତି ।
ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଜେନେରାଲ୍ ଅନିଲ ଚୌହ୍ୱାନ, ସ୍ଥଳସେନା ପ୍ରମୁଖ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ପ୍ରମୁଖ ଏୟାର୍ ଚିଫ୍ ମାର୍ଶାଲ୍ ଏ.ପି. ସିଂହ ଓ ନୌସେନା ପ୍ରମୁଖ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ବଳର କମାଣ୍ଡର-ଇନ୍-ଚିଫ୍ ଅଛନ୍ତି ।
ରାଷ୍ଟ୍ରପତି ଭବନ ଅନୁଯାୟୀ, ଏହି ସାକ୍ଷାତକାର ସମୟରେ ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ବଳର ବୀରତା ଓ ସମର୍ପଣର ପ୍ରଶଂସା କରି କହିଛନ୍ତି ଯେ, ସେମାନଙ୍କର ପରାକ୍ରମ ଭାରତର ସଙ୍ଗଠିତ ଆତଙ୍କବାଦ ବିରୋଧୀ ପ୍ରତିକ୍ରିୟାକୁ ଏକ ଶ୍ରେଷ୍ଠ ସଫଳତାରେ ପରିଣତ କରିଛି।