
ପାଟଣା– ପାକିସ୍ତାନର ଆକ୍ରମଣରେ ସହିଦ ହୋଇଥିବା ସିଭାନ ଜିଲ୍ଲାର ବଡହରିୟା ଅଂଚଳର ୱସିଲପୁର ଗାଁର ବାସିନ୍ଦା ସହିଦ ରାମବାବୁ ସିଂହଙ୍କ ପାର୍ଥିବ ଶରୀର ବୁଧବାର ପାଟଣା ଏୟାରପୋର୍ଟକୁ ଅଣାଯାଇଛି । ଏୟାରପୋର୍ଟରେ ସୈନ୍ୟ ଅଧିକାରୀ ଓ ଯବାନଙ୍କ ସହିତ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ତମାମ ରାଜନୈତିକ ଦଳର ନେତା ରାମବାବୁ ସିଂହଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।
ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ସହିଦଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରି କହିଛନ୍ତି ଯେ, ରାମବାବୁଙ୍କ ପରି ଯବାନଙ୍କ କାରଣରୁ ହିଁ ଆମ ଦେଶ ସୁରକ୍ଷିତ ଅଛି। ଆମେ ସେମାନଙ୍କର ବଳିଦାନକୁ ସଦା ସ୍ମରଣରେ ରଖିବା।” ତେଜସ୍ୱୀ ଯାଦବ କହିଛନ୍ତି, “ପ୍ରତ୍ୟେକ ପରିସ୍ଥିତିରେ ବିହାରର ଲାଲ୍, ବିହାରର ଯୁବକ ଦେଶ ସହିତ ଦୃଢ ଭାବେ ରହିଥାଏ। ଆମେ ଏହି ବୀର ଯବାନ ମାନଙ୍କୁ ଶତ୍ ଶତ୍ ନମନ କରୁଛୁ।”