
ଶ୍ରୀନଗର– ଉତ୍ତର ସେନାର କମାଣ୍ଡର୍ ଲେଫ୍ଟିନେଣ୍ଟ ଜେନେରାଲ୍ ପ୍ରତୀକ ଶର୍ମା ବୁଧବାର ଦିନ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଛନ୍ତି । ସେ ତାଙ୍କୁ କେନ୍ଦ୍ରଶାସିତ ପ୍ରଦେଶର ବର୍ତ୍ତମାନ ସୁରକ୍ଷା ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ।
ଜଣେ ମୁଖପାତ୍ରଙ୍କ ଅନୁସାରେ,ଉତ୍ତରୀ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟିନେଣ୍ଟ ଜେନେରାଲ୍ ଶର୍ମା ଘାଟିର ବର୍ତ୍ତମାନ ସୁରକ୍ଷା ପରିସ୍ଥିତି ସହିତ ସମ୍ପୃକ୍ତ ନୂଆ ଘଟଣା ଓ ବିଭିନ୍ନ ପ୍ରମୁଖ ପଦକ୍ଷେପ ଗୁଡ଼ିକ ବିଷୟରେ ଉପରାଜ୍ୟପାଳଙ୍କୁ ଜଣାଇଥିଲେ। ଏହି ସମୟରେ ଲେଫ୍ଟିନେଣ୍ଟ ଜେନେରାଲ୍ ଶର୍ମାଙ୍କ ସହିତ 15 କୋରର ଜିଓସିଲେଫ୍ଟିନେଣ୍ଟ ଜେନେରାଲ୍ ପ୍ରଶାନ୍ତ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ।