
ମୁଖୀଗୁଡା ,କଳାହାଣ୍ଡି ଜିଲ୍ଲା ଜୟପାଟଣାରେଏକ ଶୌଚାଳୟର ଆବଶ୍ୟକତା ଥିଲେହେଁ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ଶୌଚାଳୟଟିଏ ହୋଇ ପାରିନଥିଲା ।ଲୋକଙ୍କ ଦୀର୍ଘ ଦିନ ର ଦାବି ପରେ ଗତବର୍ଷ ନିର୍ବାଚନ କୁ ଆଖି ଆଗରେ ରଖି ଜୟପାଟଣା ଥାନା ସାମନାରେ ଗତ ୮ଜାନୁଆରୀ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଡିଶାରୀଙ୍କ ଦ୍ଵାରା ଶୌଚାଳୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ହେଲା ।ଭୋଟରଙ୍କ ପ୍ରଶ୍ନବାଣର ଭୟରେ ନିର୍ମାଣ କାମ ଆରମ୍ଭ ହେଲା ।ଏବେ କେବଳ ଘର ତିଆରି କାମ ସରିଥିବା ବେଳେ ସୂଚନା ଫଳକ ନଥିବାରୁ କେତେ ଟଙ୍କାର କାମ ,କାର୍ଯ୍ୟ ସମ୍ପାଦନ ସଂସ୍ଥା ,କାର୍ଯ୍ୟ ଶେଷ କେବେ ହେବ ସେ ନେଇ ଜନସାଧାରଣ ଅନ୍ଧାର ରେ ରହିଛନ୍ତି ।ତେବେ ଭୋଟ ସରିଲା ପରେ କାହାର ଆଉ ଧ୍ୟାନ ନାହିଁ ।ଜୟପାଟଣା ସହରକୁ ପ୍ରତିଦିନ ଶହ ଶହ ଲୋକ ଥାନା, ତହସିଲ କାର୍ଯ୍ୟାଳୟ ,ଉପନିବନ୍ଧନ କାର୍ଯ୍ୟାଳୟ ,ଟ୍ରେଜେରୀ ,କୋର୍ଟ , ଡାକ୍ତରଖାନାକୁ ଆସିଥାନ୍ତି ।ଜରୁରୀ ସ୍ଥିତିରେ ଶୌଚାଳୟ ନଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ଭୁଖିନ ହେଉଛନ୍ତି ।ବିଶେଷ କରି ମହିଳାମାନଙ୍କୁ ବେଶୀ ହଇରାଣ ହେବାକୁ ପଡୁଛି ।ଜୟପାଟଣାରେ କେବେ ଶୌଚାଳୟ ନିର୍ମାଣ କାର୍ଯ୍ୟ ସରିବ କେବେ ଲୋକେ ଶୌଚାଳୟ ବ୍ୟବହାର କରିବେ ବୋଳି ଆଲୋଚନା ହେଉଛି ।ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା ବିଜେଡି ସରକାର ଅମଳରେ ଜୟପାଟଣା ଅଞ୍ଚଳର ଲୋକେ ଶୌଚାଳୟ ବ୍ୟବହାର କରିପାରିଲେ ନାହିଁ ।ନୂଆ ସରକାରକୁ ଆଉ କେତେ ଦିନ ପରେ ବର୍ଷେ ପୁରିବ ହେଲେ ଜୟପାଟଣାରେ ଶୌଚାଳୟ କାମ କେବେ ସରିବ ବୋଲି ପ୍ରଶ୍ନ ଉଠୁଛି ।