
ଇମ୍ଫାଲ – ମଣିପୁରର ଇମ୍ଫାଲ ଇଷ୍ଟ ଜିଲ୍ଲାରେ ନଭେମ୍ବର 2024ରେ ଆରଏସଏସ କାର୍ଯ୍ୟାଳୟ,ହରୋରେ (ସୋଗୋଲମଙ୍ଗ ଥାନା ଅଞ୍ଚଳ)ରେ ହୋଇଥିବା ଭିଡରେ ଆକ୍ରମଣରେ ଜଡିତ ମାମଲାରେ ସୁରକ୍ଷାବାହିନୀ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫଦାରୀ ୟୁମନାମ ଖୁନାଓ ଅବାଙ୍ଗ ଲାଇକାଇ ଅଞ୍ଚଳର(ସୋଗୋଲମଙ୍ଗ ଥାନା ଅଞ୍ଚଳ)କୁ କରାଯାଇଛି।ଗିରଫ କରାଯାଇଥିବା ଅଭିଯୁକ୍ତଙ୍କ ପରିଚୟ ହାଓବିଜମ ଖୁମାରଜୀତ(45) ବାସିନ୍ଦା ୟୁମନାମ ଖୁନାଓ ଅୱାଙ୍ଗ ଲାଇକାଇ,ଇମ୍ଫାଲ ଇଷ୍ଟ ଜିଲ୍ଲା ତଥା ହାଓବିଜମ ମାଙ୍ଗଗଚା ସିଂହଓରଫ ନାଓବୀ(41) ,ବାସିନ୍ଦା ୟୁମନାମ ଖୁନାଓ ଅୱାଙ୍ଗ ଲାଇକାଇ,ଇମ୍ଫାଲ ଇଷ୍ଟ ଜିଲ୍ଲାର ବୋଲି ଚିହ୍ନଟ କରାଯାଇଛି।ସୁରକ୍ଷା ଏଜେନ୍ସୀଗୁଡିକ ଦ୍ୱାରା ମଙ୍ଗଳବାର ଦିଆଯାଇଥିବା ସୁଚନା ଅନୁସାରେ ଉଭୟ ଅଭିଯୁକ୍ତ ସେହି ହିଂସାତ୍ମକ ଭିଡର ଅଂଶ ଥିଲେ ,ଯିଏ ଆରଏସଏସ କାର୍ଯ୍ୟଳୟ ଉପରେ ଆକ୍ରମଣ କରିଥିଲା।ପଚରାଉଚରା ପାଇଁ ତାଙ୍କୁ ସମ୍ପୃକ୍ତ ପୋଲିସ ଷ୍ଟେସନକୁ ଅଣାଯାଇଛି।