
ଜୟପୁର -ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାଗୁଡିକ ଜୋଧପୁର,ବୀକାନେର,ବାଡମେର,ଜୈସଲମେର ଏବଂ ଶ୍ରୀଗଙ୍ଗାନଗରରେ ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି।ଏହି ଜିଲ୍ଲାରେ ମଙ୍ଗଳବାର (13 ମଇ)ରେ ସ୍କୁଲ-କଲେଜ.ୟୁନିଭରସିଟୀ ,ଅଙ୍ଗନୱାଡୀ କେନ୍ଦ୍ର ଏବଂ କୋଚିଙ୍ଗ ପ୍ରତିଷ୍ଠାନଗୁଡିକ ପୁଣି ଥରେ ଖୋଲିଦିଆଯାଇଛି।ସମ୍ପ୍ରତ୍ତି ଭାରତ-ପାକିସ୍ଥାନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁଁ ଏହି ପ୍ରତିଷ୍ଠାନଗୁଡିକୁ ସତର୍କତାମୁଳକ ପଦକ୍ଷେପ ଯୋଗୁଁ ବନ୍ଦ କରିଦିଆଯାଇଥିଲା।ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସ୍କୁଲ ଏବଂ କୋଚିଂ ପ୍ରତିଷ୍ଠାନଗୁଡିକ ଖୋଲିବା ନେଇ ଦ୍ୱନ୍ଦ ରହିଥିଲା।କିନ୍ତୁ ଜୈସଲମେର କଲେକ୍ଟର ପ୍ରତାପ ସିଂହ ସକାଳ ପ୍ରାୟ 11ଟା ସମୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।ଏହା ପରେ ସ୍କୁଲରେ କାର୍ଯ୍ୟକଳାପ ଆରମ୍ଭ ହୋଇଛି।