ଜୟପୁର- ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଜୟପୁରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଏହି ସଚେତନତା ଶୋଭାଯାତ୍ରା ଜୟପୁର ପୁରୁଣା ଉପଖଣ୍ଡ ଚିକିତ୍ସାଳୟରୁ ବାହାରି ରଜାନହର ଦେଇ ପୁଣି ତାଲିମ କେନ୍ଦ୍ରକୁ ଫେରିଥିଲା । ଜିଲା ଚିକିତ୍ସାଳୟର ସୁପରିଟେଣ୍ଡେଟ ଡାକ୍ତର ରାମକୃଷ୍ଣ ମହାନ୍ତି ପତାକ ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ସରକାରୀ ଏ.ଏମ.ଏମ ତାଲିମ କେନ୍ଦ୍ରର ଛାତ୍ରୀ ମାନେ ସାମିଲ ହୋଇଥିଲେ । ଛାତ୍ରୀ ମାନେ ହାତରେ ସଚେତନତା ପ୍ଲା କାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଅରୁଣ ପାଢୀ, ଡାକ୍ତର ଏସ.ଟି. ପ୍ରୟାଗ, ମାଧବ ପାଙ୍ଗି, ସତିଶ ତ୍ରିପାଠି. ଚିନ୍ମୟ ବେହେରା, ସମିକ୍ଷା ସାହୁ, ଶ୍ୟାମ ସୁନ୍ଦର ବିଶ୍ୱାଳ, ଯୋଶଫ ଚେଟ୍ଟି, ସମାଜିକ କର୍ମୀ କାର୍ତିକ ରାଉତ ପ୍ରମୁଖ ସାମିଲ୍ ଥିଲେ ।