
ନୂଆଦିଲ୍ଲୀ– ଭାରତ ଓ ପାକିସ୍ତାନ ମଧ୍ୟରେ ଯଦିଓ ଯୁଦ୍ଧ ବିରତି ଘୋଷଣା ହୋଇସାରିଛି, କିନ୍ତୁ ଭାରତୀୟ ବାୟୁସେନା ରବିବାର ଅପରାହ୍ନରେ ଘୋଷଣା କରିଛି ଯେ, ସଶସ୍ତ୍ର ବଳର ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି । ସେପଟେ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଶୀର୍ଷ ସୈନ୍ୟ ନେତୃତ୍ୱଙ୍କ ମଧ୍ୟରେ ବର୍ତମାନର ସ୍ଥିତିକୁ ନେଇ ଆଲୋଚନା ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବାସଭବନରେ ଆଜି ସକାଳେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଡଃ. ଏସ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ସିଡିଏସ ଜନରଲ ଅନିଲ ଚୌହାନ ଏବଂ ତିନି ସେନାର ପ୍ରମୁଖ ଉପସ୍ଥିତ ଥିଲେ । ଇତିମଧ୍ୟରେ ଭାରତୀୟ ବାୟୁସେନା ଏକ ବୟାନରେ କହିଛି ଯେ, ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି, ଏଥିପାଇଁ ସମୟ ପୂର୍ବରୁ ବିସ୍ତୃତ ବ୍ରିଫିଙ୍ଗ କରାଯିବ । ବାୟୁସେନା ସମସ୍ତଙ୍କୁ ଅଟକଳ ଏବଂ ଅସତ୍ୟ ସୂଚନାର ପ୍ରସାରରୁ ବର୍ତିବା ପାଇଁ ଆଗ୍ରହ ବ୍ୟକ୍ତ କରିଛି । ବାୟୁସେନା କହିଛି ଯେ, ଅପରେସନ ସିନ୍ଦୁରରେ ଆପଣ ଦେଇଥିବା କାର୍ଯ୍ୟକୁ ସଠିକ୍ ରୂପେ ଏବଂ ବ୍ୟବସାୟିକତାର ସହିତ ସଫଳତାପୂର୍ବକ ପୂର୍ଣ୍ଣ କରିଛି । ଏହି ଅପରେସନ ରାଷ୍ଟ୍ରିୟ ଉଦ୍ଦେଶ୍ୟର ଅନୁରୂପ ଭାବି ଚିନ୍ତି ଏବଂ ବିବେକପୂର୍ଣ୍ଣ ଭାବେ ସଂଚାଳିତ କରାଯାଇଛି ।