
ସାଲେପୁର : କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଅନୁଆପଡା ଛକ ନିକଟରେ ଏକ ଟାଟା ଏ.ସି ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଉଭୟଙ୍କୁ ନିଶ୍ଚନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଠାରେ ସୂଚନା ଥାଉ କି କଟକ- ଚାନ୍ଦବାଲି ରାସ୍ତାରେ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ମାଲବାହୀ ଓ ଯାତ୍ରୀବାହୀ ଯାନ ସମେତ ଚାରି ଚକିଆ ଓ ଦୁଇ ଚକିଆ ଯାନ ଆରୋହୀ ଯାତାୟାତ କରିଥାଆନ୍ତି । ନିଶାଗ୍ରସ୍ତ ଅବସ୍ଥାରେ ବେପରୁଆ ଗାଡି ଚାଳନା, ଫିଟ୍ ନେସ ନଥିବା ଗାଡି ଚାଲିବା , ସର୍ବପରୀ ଟ୍ରାଫିକ୍ ନିୟମକୁ ଅବମାନନା କରି ଏପରିକି ଅନେକ ଚାରି ଚକିଆ ଓ ଦୁଇ ଚକିଆ ଚାଳକ ବିନା ଗାଡି ଚାଳକ ଲାଇସେନ୍ସରେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଏହି ରାସ୍ତାରେ ଦୈନନ୍ଦିନ ଘଟୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ବେଆଇନ ଭାବେ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟୀ ସାମଗ୍ରୀକୁ ପ୍ରଦର୍ଶିତ କରିବା ଏବଂ ଅନେକ ସ୍ଥାନରେ ନୂତନ ଗୃହ ନିର୍ମାଣ କରିବାକୁ ଗୃହ ମାଲିକମାନେ ରାସ୍ତା କଡରେ ପିଚୁ ଉପରକୁ ଚଢାଇ ପଥର, ବାଲି, ଗୋଡି ଆଦି ଗଦା କରିବା ଫଳରେ ରାସ୍ତା ଜାମ୍ ହୋଇ ଦୁର୍ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ଏସବୁ ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଦୈନନ୍ଦିନ ସଡକ ଦ ୁର୍ଘଟଣା ଘଟି ବହୁ ଲୋକ ମୃତ୍ୟୁ ମୁଖରେ ପଡୁଥିଲା ବେଳେ ଅନେକ ଦୁର୍ଘଟଣାର ଶିକାର ହୋଇ ଅଙ୍ଗ ହରାଇ ଅକ୍ରମଣ୍ୟ ହୋଇ ଜୀବନଯାପନ କରୁଛନ୍ତି । କଟକ ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାର ଜବରଦଖଲ ହୋଇଥିବା ସ୍ଥାନକୁ ଚିହ୍ନଟ କରି ଉଚ୍ଛେଦ କରାଇଲେ ବହୁ ଦୁର୍ଘଟଣା ରୋକାଯାଇ ପାରିବ ବୋଲି ଆଲୋଚନା ହେଉଛି ।