
ଭଦ୍ରକ-ଭାରତୀୟ ସେନାନୀଙ୍କ ସୁରକ୍ଷା ଏବଂ ସହିଦ୍ଙ୍କ ସ୍ମୃତିରେ ଭଦ୍ରକ ବ୍ଲକ କାଉପୁର ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ମହାଯଜ୍ଞ ଓ ହନୁମାନ ଚାଳିଶାପାଠ ଅନୁଷ୍ଠିତ ହୋଇଯାଇଛି । ଅପରେସନ ସିନ୍ଦୁର ପରେ ପାକିସ୍ତାନ କାପୁରୁଷତାର ପରିଚୟ ଦେଇ ଭାରତର ନିରିହ ନାଗରିକଙ୍କ ଉପରେ ଗୁଳି ବର୍ଷଣ କରିଛି । ତେବେ ଭାରତ ଏହାର ମୁହଁ ତୋଡ ଜବାବ୍ ଦେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସେନାଙ୍କୁ ପ୍ରତିଆକ୍ରମଣ ପାଇଁ ଖୋଲା ମଞ୍ଜୁରୀ ଦେଇଛନ୍ତି । ଭାରତର ଜ୍ଞାନ କୌଶଳରେ ନିର୍ମିତ ଆଧୁନିକ ମାରଣାସ୍ତ୍ର ଯାହା କି ସ୍ଥଳ, ଜଳ ଓ ଆକାଶପଥରେ ପ୍ରତିଆକ୍ରମଣ ଦ୍ୱାରା ଉଚିତ୍ ଜବାବ୍ ଦେବାରେ ସକ୍ଷମ ବୋଲି ମତପ୍ରକାଶ ପାଇଥିବା ବେଳେ ପାକିସ୍ତାନକୁ କେବେ ବିଶ୍ୱାସ କରାଯାଇ ପାରେନା ବୋଲି ଆଲୋଚନା କରାଯାଇଥିଲା । ସମାଜସେବୀଙ୍କ ଇଂ. ସରୋଜ କୁମାର ଜେନା ଆବାହକତ୍ୱରେ ଆୟୋଜିତ ଏହି ଦେବ କାର୍ଯ୍ୟରେ ଶତାଧିକ ଦେଶପ୍ରେମୀ ଯୋଗ ଦେଇ ସେନାନୀଙ୍କ ସୁରକ୍ଷା ଓ ପରମ ବିଜୟ ପାଇଁ ଆହୁତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସନ୍ଦୀପ ମହାପାତ୍ର, ମାନସ ଦାସ, ଲୋକଦୀପ ଦାସ, ହରିହର ଦିକ୍ଷୀତ, ବିଶ୍ୱନାଥ ଦିକ୍ଷୀତ,ଆଲୋକ ବେହେରା, ଅଭୟ ଦାସ, ଗଜେନ୍ଦ୍ର ଭାରତୀ, ସୁଶିଲ୍ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯାଇ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଯାଇଥିଲା