
ଭୁବନେଶ୍ୱର– ବିଶ୍ୱ ମାତୃଦିବସରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ମାତୃ ଦିବସରେ ଜନ୍ମଦାତ୍ରୀ ମା‘ଙ୍କ ଠାରୁ ନେଇ ଭାରତ ମାତାର ସେବାରେ ଜୀବନ ସମର୍ପି ଦେଇଥିବା ମାତୃଶକ୍ତିଙ୍କ ପର୍ଯ୍ୟନ୍ତ, ସଭିଙ୍କ ଚରଣ ପଦ୍ମରେ ବନ୍ଦନା କରୁଛି । ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ।