
ଭୁବନେଶ୍ୱର– ଜାତୀୟ ଟେକ୍ନୋଲୋଜି ଦିବସରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ବିକଶିତ ଓଡ଼ିଶା ଗଠନ କରିବାକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଆଜିର ଦିନଟି ଏକ ସ୍ମରଣୀୟ ଦିନ ଅଟେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵ ଏବଂ ଭାରତର ମିସାଇଲ ମେନ ଡ. ଏ.ପି.ଜେ ଅବଦୁଲ୍ କଲାମଙ୍କ ପ୍ରୟାସରେ ୧୯୯୮ ମସିହାରେ ଆଜିର ଦିନରେ ହିଁ ପୋଖରଣ ଠାରେ ଭାରତ ସଫଳତାର ସହ ପରମାଣୁ ପରୀକ୍ଷଣ କରି ସମଗ୍ର ବିଶ୍ଵରେ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବା ସହ ଏକ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାବରେ ଉଭା ହୋଇଥିଲା।
ଆଜିର ଏହି ଦିନଟି ଦେଶକୁ ଆହୁରି ସଶକ୍ତ, ସୁଦୃଢ ଏବଂ ଆତ୍ମନିର୍ଭର କରିବା ନିମନ୍ତେ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି। ଆସନ୍ତୁ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ବ୍ୟବହାର କରି ‘ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ’ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ମୁକେଶ ମହାଲିଙ୍ଗ ।