
ନୂଆଦିଲ୍ଲୀ– ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ଏବେ ଭାରତ ଓ ପାକିସ୍ତାନକୁ ସହଯୋଗ ପାଇଁ ପ୍ରସ୍ତାବ ଦେଇଛନ୍ତି । ସୋସିଆଲ ମିଡିଆ ଟ୍ରୁଥରେ ଆଜି ରବିବାର ଏକ ପୋଷ୍ଟରେ ସେ କହିଛନ୍ତି ଯେ, ସେ ଦୁଇ ଦେଶ ସହିତ ମିଳିତ ଭାବେ କାମ କରିବାକୁ ଚାହୁଁଛନ୍ତି ଯଦ୍ୱାରା ହଜାର ବର୍ଷ ପରେ କଶ୍ମୀର ଉପରେ କୌଣସି ସମାଧାନ ବାହାରି ପାରିବ ।
ସେ ଲେଖିଛନ୍ତି ଯେ, ତାଙ୍କୁ ଭାରତ ଓ ପାକିସ୍ତାନର ନେତୃତ୍ୱକୁ ଗର୍ବ ହେଉଛି, ଯେଉଁମାନେ କି ବୁଝାମଣା ଓ ସାହସ ଦେଖାଇଛନ୍ତି । ଆକ୍ରୋଶ ରୋକିବାର ଏହା ସଠିକ୍ ସମୟ ଥିଲା, ଯଦ୍ୱାରା ବିପୁଳ ବିନାଶ ଓ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଆମେରିକା ଏହି ଐତିହାସିକ ନିଷ୍ପତ୍ତିରେ ସହଯୋଗ କରିଥିବାରୁ ଗର୍ବିତ ।