
ଭୁବନେଶ୍ୱର– ମାତୃ ଦିବସରେ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ମା’ ସିଏ ମମତାର ସାଗର, ସକଳ ଶକ୍ତିର ସେ ଆଧାର। ପରିବାର ହେଉ କି ସମାଜ ମାତୃ ଶକ୍ତିରେ ସମସ୍ତେ ହୋଇଛନ୍ତି ସମୃଦ୍ଧ।
ନିଜ ତ୍ୟାଗ ଓ ସ୍ନେହ ଦ୍ୱାରା ଭବିଷ୍ୟତ ଗଢ଼ୁଥିବା ସମସ୍ତ ମା’ମାନଙ୍କୁ ମାତୃ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ।