
ଭୁବନେଶ୍ୱର– ଜାତୀୟ ଟେକ୍ନୋଲୋଜି ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଭାବନକୁ ବିକାଶର ମୂଳମନ୍ତ୍ର କହିବା ସହ କହିଛନ୍ତି ଯେ, ଟେକ୍ନୋଲୋଜି ମାଧ୍ୟମରେ ସମାବେଶୀ ବିକାଶ, ସୁଦୃଢ ଭିତ୍ତିଭୂମି ଓ ଏକ ସ୍ଥାୟୀ ଓଡ଼ିଶାର ନିର୍ମାଣ ସମ୍ଭବ ଅଟେ ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବାର୍ତ୍ତା ଦେଇ କହିଛନ୍ତି ଯେ, ଉଦ୍ଭାବନ ବିକାଶର ଚାବିକାଠି ଅଟେ । ନ୍ୟାସନାଲ ଟେକ୍ନୋଲୋଜି ଦିବସ ଅବସରରେ ଆମେ ସମାବେଶୀ ବିକାଶ, ସଶକ୍ତ ଭିତ୍ତିଭୂମି ଓ ସ୍ଥାୟୀ ଓଡ଼ିଶା ପାଇଁ ଟେକ୍ନୋଲୋଜିର ଉପଯୋଗ ପ୍ରତି ନିଜ ପ୍ରତିବଦ୍ଧତା ଦୋହରାଉଛୁ । ଆସନ୍ତୁ ଜ୍ଞାନ ଓ ଉଦ୍ଭାବନରେ ପ୍ରେରିତ ଭବିଷ୍ୟର ନିର୍ମାଣ କରିବା ।