
ଭୁବନେଶ୍ୱର– ମାତୃଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ମାତୃଦିବସରେ, ମୁଁ ସମସ୍ତ ମା’ଙ୍କୁ ହୃଦୟରୁ ଗଭୀର କୃତଜ୍ଞତା ଜଣାଉଛି—ସେମାନେ ଶକ୍ତି, ପ୍ରେମ ଓ ତ୍ୟାଗର ଆଧାରସ୍ଥମ୍ଭ। ଆସନ୍ତୁ, ଗୃହ ଓ ସମାଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସେମାନଙ୍କର ଅତୁଟ ମନୋବଳ ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ।