
ଜମ୍ମୁ– ଜମ୍ମୁ କଶ୍ମୀରର ନଗରେଟା ସାମରିକ ଷ୍ଟେସନରେ ଶନିବାର ବିଳମ୍ବିତ ରାତିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରାଯାଇଛି । ସନ୍ଦିଗ୍ଧଙ୍କ ସହ ସଂକ୍ଷିପ୍ତ ଗୁଳିକାଣ୍ଡ ହୋଇଛି, ଯେଉଁଥିରେ ଜଣେ ଯବାନଙ୍କୁ ସାମାନ୍ୟ ଆଘାତ ଲାଗିଛି । ସେନାର ହ୍ୱାଇଟ ନାଇଟ୍ କୋର ଏହି ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ସନ୍ଦିଗ୍ଧଙ୍କ ତଲାସରେ ତଲାସୀ ଅଭିଯାନ ଜାରି ରହିଛି ।
ହ୍ୱାଇଟ୍ ନାଇଟ୍ କୋର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି, ‘ ପରିଧିର ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖାଯିବା ପରେ ସତର୍କ ପ୍ରହରୀ ଚ୍ୟାଲେଂଜ ଦେଇଥିଲେ, ଯାହାପରେ ଗୁଳିକାଣ୍ଡ ହୋଇଥିଲା । ଏହି ସମୟରେ ଯବାନଙ୍କୁ ସାମାନ୍ୟ ଆଘାତ ଲାଗିଛି । ତଲାସୀ ଅଭିଯାନ ଜାରି ରହିଛି ।