
ଭୁବନେଶ୍ୱର– ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସମସ୍ତ ମାଆମାନଙ୍କୁ ଅଭିନନ୍ଦନ। ମାଆ ସ୍ରଷ୍ଟାଙ୍କ ଏକ ଅମୂଲ୍ୟ ସୃଷ୍ଟି । ସୃଷ୍ଟିର ଏକ ବିଚିତ୍ରତା,ମାଆ ବିନା ରହି ହୁଏ ନି,ମାଆ ଛଡା କାହାରିକୁ ମନ କଥା କହି ହୁଏନି । ମାଆକୁ ଜୀବନ ଥିବା ଯାଏ ଭୁଲି ହୁଏନି ।
ଏ ଜୀବନର ପ୍ରତିକ୍ଷଣ, ପ୍ରତି ମୁହୂର୍ତ, ପ୍ରତି ସମୟ ମାଆର, ତଥାପି ଆଜି ମଦର୍ସ ଡେରେ ସମସ୍ତ ମାଆ ମାନଙ୍କୁ ସୁଖ, ସୁବିଧା, ନିରୋଗ ଜୀବନ ମିଳୁ ଏହାହିଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ପ୍ରଭାତି ପରିଡା ।