
ଜାମ୍ମୁ -ପ୍ରାୟ ଏକ ସପ୍ତାହ ପରେ କାଶ୍ମୀର ଘାଟୀ ଶନିବାର ରାତିରେ ଶାନ୍ତି ଅନୁଭୁତ ହୋଇଛି।ଡ୍ରୋନର ଶବ୍ଦ ନଥିଲା,ଲଢୁଆ ବିମାନର ଗୁଞ୍ଜରଣ ନଥିଲା କିମ୍ବା କ୍ଷେପଣାସ୍ତ୍ରର ଶବ୍ଦ ନ ଥିଲା,ଯାହା ସାମ୍ପ୍ରତ୍ତିକ ଉତ୍ତେଜନାପୁର୍ଣ୍ଣ ଦିନଗୁଡିକ ପରେ ରାତିକୁ ଆଶ୍ୱସ୍ତିକର କରିଦେଇଥିଲା।ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଶନିବାର ରାତି 11ଟା ସମୟରେ କାଶ୍ମୀରର ନିୟନ୍ତ୍ରଣ ରେଖାରେ କୌଣସି ଅସ୍ତ୍ରବିରତି ଉଲଙ୍ଘନ ରେକର୍ଡ ହୋଇନାହିଁ।ଏହି ଆଶ୍ୱସ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ସମ୍ପ୍ରତ୍ତି ପହଲଗ୍ରାମ ଆକ୍ରମଣର ଜବାବରେ ଭାରତ ପାକିସ୍ଥାନ ଏବଂ ପାକ ଅଧିକୃତ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଲଞ୍ଚପ୍ୟାଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।ଶନିବାର ସନ୍ଧ୍ୟାରେ ଘାଟୀର କିଛି ଅଞ୍ଚଳରେ ବହୁ ସଂଖ୍ୟାରେ ଡ୍ରୋନ ଉଡୁଥିବାର ଦେଖାଯାଇଥିଲା,ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ଥିଲା।ତଥାପି ,ରାତି ହେବା ସହିତ ଆକାଶ ଶାନ୍ତ ହୋଇଛି।ଏହାରି ମଧ୍ୟରେ ଭାରତ ଏବଂ ପାକିସ୍ଥାନ ଏକ ପ୍ରମୁଖ କୁଟନୈତିକ ପଦକ୍ଷେପରେ ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତୀୟ ସୀମାରେ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି।