
ଜାମ୍ମୁ -ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପରେ ପୁଞ୍ଛରେ ବନ୍ଦ ଥିବା ବଜାରଗୁଡିକ ଆଜି ଚତୁର୍ଥଦିନ ପାଇଁ ଖୋଲିଛି।ଚାରିଦିନର ନୀରବତା ଏବଂ ଉତ୍ତେଜନା ପରେ ବଜାର ଖୋଲିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଏବଂ ଖୁସିର ଲହରୀ ଖେଳିଯାଇଛି।ସ୍ଥାନୀୟ ବାସିନ୍ଦା ଏହି ଅସ୍ତ୍ରବିରତିକୁ ସ୍ୱାଗତ କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ଏହା ଶାନ୍ତି ଦିଗରେ ଏକ ସ୍ଥାୟୀ ପଦକ୍ଷେପ ପ୍ରମାଣିତ ହେବ ଏବଂ ପୁଞ୍ଛ ଜିଲ୍ଲାରେ ପରିସ୍ଥିତି ସ୍ୱାଭାବିକ ରହିବ।ବଜାର ଖୋଲିବା ଦ୍ୱାରା କେବଳ ଆର୍ଥିକ କାର୍ଯ୍ୟକଳାପକୁ ପ୍ରେରଣା ମିଲଳିବ ନାହିଁ ବରଂ ସ୍ୱାଭାବିକ ଜୀବନକୁ ସ୍ୱାଭାବିକତା ଫେରି ଆସିବାର ଆଶା କରାଯାଉଛି। ଦୋକାନୀ ଏବଂ ଗ୍ରାହକମାନେ କହିଛନ୍ତି ଯେ ନିରନ୍ତର ଉତ୍ତେଜନା ଏବଂ ଗୁଳିବର୍ଷା ଯୋଗୁଁ ବ୍ୟବସାୟ ଠପ ହୋଇଯାଇଥିଲା,କିନ୍ତୁ ଏବେ ପରିବେଶରେ ପରିବର୍ତ୍ତନ ଆଶା ସୃଷ୍ଟି କରିଛି।ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଯୁଦ୍ଧବିରତି ଦୀର୍ଘ ସମୟ ପାଇଁ ରହିବ ଏବଂ ଅଞ୍ଚଳରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ଆଣିବାରେ ସାହାଯ୍ୟ କରିବ।