
ଶିମଳା -ଭାରତ-ପାକିସ୍ଥାନ ମଧ୍ୟରେ ଜାରି ରହିଥିବା ସାମରିକ ଉତ୍ତେଜନା ମଧ୍ୟରେ ଶିମଳାରୁ ସୋଶିଆଲ ମିଡିଆରେ ଆପତ୍ତିଜନକ କାର୍ଯ୍ୟକଳାପର ଦୁଇଟି ମାମଲା ରିପୋର୍ଟ ହୋଇଛି।ଏଥିରେ ପାକିସ୍ଥାନର ପତାକା ଏବଂ ଦେଶ ବିରୋଧୀ ବସ୍ତୁକୁ ପ୍ରୋଫାଇଲ ଫଟୋ ଏବଂ ଫେସବୁକ ପୋଷ୍ଟରେ ସାମିଲ କରାଯାଇଛି।ପୋଲିସ ଉଭୟ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।ପ୍ରଥମ ମାମଲାଟି ଶିମଳା ସହରର ସଦର ଥାନା ଅଞ୍ଚଳର ଯେଉଁଠାରେ ଜଣେ ଯୁବକ ନିଜ ହ୍ୱାଟ୍ସଅପ ଆକାଉଣ୍ଟର ଡିସ୍ପ୍ଲେ ଫଟୋ (ଡିପୀ)ରେ ପାକିସ୍ଥାନର ପତାକା ଲଗାଇଥିଲେ।ଅଭିଯୁକ୍ତର ନାମ ଆଦିଲ ମଗରେ ବୋଲି ଜଣାପଡିଛି ,ଯିଏ ମୁଳତଃ ଜାମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ବାସିନ୍ଦା ଏବଂ ବର୍ଷ 2016ରେ ଶିମଳାରେ ଏକ ଗ୍ୟାସ ଏଜେନ୍ସୀରେ କାମ କରୁଥିଲେ।ସୁଚନା ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ନ୍ୟାୟ ସଂହିତାର ଧାରା 196 ଏବଂ 197(1)ଅନୁଯାୟୀ ଏକ ମାମଲା ରୁଜୁ କରିଛି।ଅଭିଯୁକ୍ତଙ୍କୁ ହେପାଜତକୁ ନେବା ପ୍ରକ୍ରିୟା ଚାଲିଛି।