
ମାସ୍କୋ– ବିଜୟ ଦିବସର ସମାପ୍ତି ପରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆଭିମୁଖ୍ୟ ଯୁଦ୍ଧକୁ ନେଇ କିଛିଟା ନରମ ହୋଇଥିବା ପରି ମନେ ହେଉଛି।ସେ ରବିବାରକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ୟୁକ୍ରେନ ସମ୍ମୁଖରେ ବିନା କୌଣସି ସର୍ତ୍ତରେ ଶାନ୍ତି ବାର୍ତ୍ତାର ପ୍ରସ୍ତାବ ଦେଇଥିଲେ।ପୁତିନ କହିଛନ୍ତି ଯେ ସେ ତୁର୍କୀର ରାଜଧାନୀ ଇସ୍ତାନବୁଲରେ ୟୁକ୍ରେନୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ।ତଥାପି ଏହି ପ୍ରସଙ୍ଗରେ ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।ନ୍ୟୁଜ ଏଜେନ୍ସୀ ଟିଏଏସଏସ ଅନୁଯାୟୀ ରୁଷର ରାଷ୍ଟ୍ରପତି କହିଛନ୍ତି ଯେ ବିନା କୌଣସି ସର୍ତ୍ତରେ ପୁଣି ଥରେ ସେ ୟୁକ୍ରେନ ସହିତ କଥାବାର୍ତ୍ତା କରିବାକୁ ଇଚ୍ଛୁକ।ମାସ୍କୋ ବାରମ୍ବାର ଯୁଦ୍ଧ ବିରତି ପାଇଁ ଚେଷ୍ଟା କରୁଛି।ଏହା ପରେ ମଧ୍ୟ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉନାହିଁ।ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏକ ମିଳିତ ଖସଡା ପ୍ରସ୍ତୁତ କରାଯାଇଥିଲା।କିନ୍ତୁ ପରେ ୟୁକ୍ରେନ ସେହି ଡ୍ରାଫ୍ଟରୁ ଓହରିଗଲା।ଉଲ୍ଲେଖନୀୟ ଯେ ନାଜୀ ଜର୍ମାନୀ ଉପରେ ବିଜୟର 80ତମ ବର୍ଷକୁ ବିଜୟ ଦିବସ ଭାବରେ ପାଳନ କରୁଥିବା ରୁଷ ୟୁକ୍ରେନ ସହିତ ତିନି ଦିନ ପାଇଁ ଏକପାଖିଆ ଯୁଦ୍ଧବିରତି ଘୋଷଣା କରିଥିଲା।ଏହି ଅସ୍ତ୍ରବିରତି ରବିବାର ଶେଷ ହୋଇଛି।