
ଭୁବନେଶ୍ୱର– ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦକୁ ଦେଖି ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ଆଂଚଳିକ ବିକାଶ କମିଶନର, ଜିଲ୍ଲାପାଳମାନଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କର ସମସ୍ତ ଛୁଟି ବାତିଲ୍ କରାଯାଇଛି।
ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଅଧିକାରୀମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି, ସେମାନେ ତୁରନ୍ତ ତାଙ୍କର ମୁଖ୍ୟାଳୟକୁ ଫେରି ଦାୟିତ୍ୱ ଗ୍ରହଣ କରିବାକୁ ପଡିବ। ଏହି ପଦକ୍ଷେପ ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନିକ ତତ୍ପରତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଛି ।
‘ଦେଶର ପଶ୍ଚିମ ସୀମାରେ ଚାଲିଥିବା ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ସମସ୍ତ ଆର.ଡି.ସି., କଲେକ୍ଟର ଓ ଜିଲ୍ଲାପାଳମାନଙ୍କ ପୂର୍ବରୁ ଅନୁମୋଦିତ ସମସ୍ତ ଛୁଟିକୁ ତୁରନ୍ତ ପ୍ରଭାବରେ ବାତିଲ୍ କରାଯାଉଛି’ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ” ଯେଉଁଅ ଧିକାରୀମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି, ସେମାନେ ତୁରନ୍ତ ମୁଖ୍ୟାଳୟକୁ ଫେରି ଦାୟିତ୍ୱ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ଅବଧି ମଧ୍ୟରେ କୌଣସି ଅଧିକାରୀଙ୍କୁ ଆଗାମୀ ଛୁଟି ଅନୁମୋଦନ ଦିଆଯିବ ନାହିଁ,” ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହି ନିର୍ଦ୍ଦେଶନାମା ସରକାରଙ୍କ ଅପର ସଚିବ ମନୋଜ କୁମାର ମହାନ୍ତିଙ୍କ ନାମରେ ଜାରି ହୋଇଛି।