
ନୂଆଦିଲ୍ଲୀ– ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ପୁଣି ଥରେ ଶାନ୍ତି ପାଇଁ ଅପିଲ କରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ଆଜି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଆଲୋଚନାରେ ରୁବିୟୋ ଦୁଇ ଦେଶକୁ ଉତ୍ତେଜନା କମ୍ କରିବା ପାଇଁ ରାସ୍ତା ଖୋଜିବାକୁ ଅପିଲ କରିଛନ୍ତି ଏବଂ ଆମେରିକା ପକ୍ଷରୁ ରଚନାତ୍ମକ ବାର୍ତ୍ତା ଆରମ୍ଭ କରିବାରେ ସହଯୋଗର ପ୍ରସ୍ତାବ ବି ଦିଆଯାଇଛି ।