
ଗଞ୍ଜାମ– ରାଜ୍ୟ ସରକାରଙ୍କର ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲଂଘନ କରିଛନ୍ତି ଵ୍ରହ୍ମପୁର ସହରରେ ଥିଵା ଏକାଧିକ ଘରୋଇ ସ୍କୁଲ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଛାତ୍ରଛାତ୍ରୀଙ୍କୁ ଡାକି ପାଠ ପଢ଼ାଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି, ସେମାନଙ୍କୁ ଦଣ୍ଡ ଦିଆଯାଉ ଥିବା ଅଭିଯୋଗ ହେଉଛି । ଏନେଇ ବାରମ୍ବାର ଅଭିଯୋଗ ପରେ ଶିକ୍ଷା ଵିଭାଗ ଓ ସ୍ଥାନୀୟ ପ୍ରଶାସନର ମିଳିତ ଟିମ୍ ବିଭିନ୍ନ ବିଦ୍ୟାଳୟକୁ ଵୁଲି ଯାଞ୍ଚ କରିଛନ୍ତି । ଯାଞ୍ଚ ସମୟରେ ଏକ ଘରୋଇ ସ୍କୁଲରେ ଖରାଵେଳେ ପାଠ ପଢାଯାଉଥିବା ଦେଖି ଏହି ଟିମ୍ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି l