
ନୂଆଦିଲ୍ଲୀ– ପାକିସ୍ତାନ ଗତକାଲି 26ଟି ସ୍ଥାନରେ ଡ୍ରୋନ ଜରିଆରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି, କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ସମସ୍ତ ଆକ୍ରମଣକୁ ବିଫଳ କରିଛନ୍ତି ।ଅମୃତସରରେ ୧୫ଟି ଡ୍ରୋନ୍କୁ ବାୟୁ ସେନା ଧ୍ୱଂସ କରିଛି। ଭାରତୀୟ ସେନା ଜମ୍ମୁ ସେକ୍ଟରରେ ଜୋରଦାର ଜବାବୀ କାର୍ଯ୍ୟନୁଷ୍ଠାନ ଦେଉଛି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଅନେକ ସେନା ଠିକାଣା ଉପରେ ଆକ୍ରମଣ ହୋଇଛି । ପଞ୍ଜାବର ଫିରୋଜପୁରରେ ଜଳୁଥିବା ଡ୍ରୋନ୍ ପଡିବାରୁ ଗୋଟିଏ ପରିବାରର ୩ ଜଣ ଜଳିଯାଇଛନ୍ତି। ଅମୃତସରରେ 15ଟି ଡ୍ରୋନକୁ ବାୟୁସେନା ମାରି ଖସାଇଛି ।
ଭାରତର କିଛି ସହରରେ ରାତି ବ୍ଲାକ ଆଉଟ ହେବା ପରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଆସିବା ଆରମ୍ଭ ହୋଇଯାଇଥିଲା । ରାତି ହେବା ମାତ୍ରେ ହିଁ ଏଲଓସିରେ ପାକିସ୍ତାନ ପକ୍ଷରୁ ସୀମାବର୍ତ୍ତୀ ଅଂଚଳକୁ ଟାର୍ଗେଟ କରି ଫାୟାରିଂ କରାଯାଇଥିଲା, ଯାହାର ଜବାବ ସେନାଦେଇଥିଲା । ଏହାପରେ ଉତ୍ତରରେ ବାରମୂଳାରୁ ନେଇ ଦକ୍ଷିଣରେ ଭୁଜ ଯାଏ ଅନ୍ତର୍ଜାତୀୟ ସୀମା ଓ ପାକିସ୍ତାନ ସହିତ ନିୟନ୍ତ୍ରଣ ରେଖାରେ 26ଟି ସ୍ଥାନରେ ଡ୍ରୋନ ଦେଖିବାକୁ ମିଳିଥିଲା । ଏଥିରେ ନାଗରିକ ଓ ସାମରିକ ଠିକଣା ପାଇଁ ସମ୍ଭାବିତ ବିପଦ ସୃଷ୍ଟି କରୁଥିବା ସଶସ୍ତ୍ର ଡ୍ରୋନ ଥିଲା ।